Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୂପୃଷ୍ଠକୁ ଫେରିଲା ଆର୍ଟେମିସ୍-୨, ସୁରକ୍ଷିତ ଅବତରଣ କଲେ ୪ ମହାକାଶଚାରୀ

ୱାଶିଂଟନ, 11 ଏପ୍ରିଲ – ଭୂପୃଷ୍ଠକୁ ଫେରିଲା ଆର୍ଟେମିସ୍-୨, ସୁରକ୍ଷିତ ଅବତରଣ କଲେ ୪ ମହାକାଶଚାରୀ । ଆମେରିକାର ସ୍ପେସ ଏଜେନ୍ସି ନାସାର ଆର୍ଟେମିସ-2 ମିଶନ ସଫଳତାର ସହିତ ସମାପ୍ତ ହୋଇଛି। ଏହି ମିଶନରେ ଅଂଶଗ୍ରହଣ କରିଥିବା ଚାରିଜଣ ମହାକାଶ ଯାତ୍ରୀ 10 ଦିନର ଚନ୍ଦ୍ର ଯାତ୍ରା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଆସିଛନ୍ତି। ମିଶନ ସମୟରେ ସେମାନେ ପୃଥିବୀରୁ ସବୁଠାରୁ ଦୂର ରେକର୍ଡ ଦୂରତା ଅତିକ୍ରମ କରିଥିଲେ।

ସୂଚନା ଅନୁସାରେ, ଚନ୍ଦ୍ର ମିଶନ ଆର୍ଟେମିସ-2 ର ଚାରିଜଣ ମହାକାଶ ଯାତ୍ରୀ—କମାଣ୍ଡର ରିଡ୍ ୱାଇଜମ୍ୟାନ, ପାଇଲଟ୍ ୱିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନସେନ—ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ସେମାନଙ୍କର ଓରିଅନ୍ ମହାକାଶଯାନ ପ୍ରଶାନ୍ତ ମହାସାଗରରେ ଅବତରଣ କରିଥିଲା।

 

Show More

Related Articles

Back to top button