ପାଣିପାଗ

ଆଗାମୀ ୪ ଦିନ ଯାଏଁ କଲବଲ କରିବ ତାତି

 ଆଶ୍ୱିନ ମାସରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଶୀତ ହେବା ସମୟ ଆସିଲାଣି ହେଲେ ବଢିବାରେ ଲାଗିଛି ତାତି। ଉପକୂଳଠୁ ଉପାନ୍ତ ସବୁଠି ଅସହ୍ୟ ଗୁଳୁଗୁଳି ସାଙ୍ଗଙ୍କୁ ଟାଣ ଖରା । ମୌସୁମୀ ଫେରିବା ସମୟ ଆସିଥିବା ବେଳେ ରାଜ୍ୟରେ ଉପରମୁହାଁ ରହିଛି ତାତି । ସୂଚନା ଅନୁଯାୟୀ, ମୌସୁମୀ ଅପସାରଣ ବେଳେ ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ଅକ୍ଟୋବର ମାସ ଅଧା ହେବାକୁ ବସିଥିବା ବେଳେ ଶୀତର ଦେଖାନାହିଁ । ଆର୍ଦ୍ରତା ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସ୍ଥିତି ଏପରି ହେଉଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୮୦ ପ୍ରତିଶତ ରହୁଛି ।

ତେବେ ଆଗକୁ ଆହୁରି ୪ ଦିନ ପାଗ ଏଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ରାଜ୍ୟରେ କେବେଠାରୁ ଶୀତ ଅନୁଭୂତ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ଅନୁମାନ କରାଯାଇପାରିନାହିଁ । ମଙ୍ଗଳବାର ଦିନ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାଜ୍ୟ ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ବର୍ତ୍ତମାନ ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି ।ପ୍ରକାଶ ଥାଉ କି, ଉତ୍ତର ଦିଗରୁ ପବନ ଆସୁ ନଥିବାରୁ ଏବେ ରାଜ୍ୟର ତାପମାତ୍ରା ବଢିଛି । ଅନ୍ୟପଟେ ଏ ଯାଏଁ ସମୂର୍ଣ୍ଣ ଭାବେ ମୌସୁମୀ ବିଦାୟ ନେଇ ନଥିବା ବେଳେ ଚଳିତ ବର୍ଷ ଥଣ୍ତା ବିଳମ୍ବରେ ଅନୁଭୂତ ହେବ । ଦିନେ ଦୁଇ ଦିନରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ।

Show More

Related Articles

Back to top button